ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ନେବାକୁ ସଡ଼କ ପଥରେ ୨୦୦୦ କି. ମି. ଯାତ୍ରା କରୁଛନ୍ତି ଦୁଇ ଜଣ ବିଚାରପତି: ରିପୋର୍ଟ

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୪ବର୍ଷ ଜେଲ, ୨୧ ହଜାର ଜରିମାନା

Image Source: Deccan Herald

କୋଲକାତା: ଲକ୍‌ଡାଉନ୍‌ ଯୋଗୁଁ ବିମାନ ଓ ଟ୍ରେନ୍ ସେବା ବନ୍ଦ ରହିଥିବାରୁ ପୃଥକ୍ ଅଞ୍ଚଳରେ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ଗ୍ରହଣ କରିବାକୁ ଦୁଇ ଜଣ ବିଚାରପତି ସଡ଼କ ପଥରେ ଯାତ୍ରା ଆରମ୍ଭ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ନିଜ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ସେମାନଙ୍କୁ ୨୦୦୦ କିଲୋମିଟର୍‌ରୁ ଅଧିକ ପଥ ଅତିକ୍ରମ କରିବାକୁ ପଡ଼ିବ।

ନିକଟରେ ଦୁହିଁଙ୍କୁ ବିଚାରପତିରୁ ମୁଖ୍ୟ ବିଚାରପତି ପଦକୁ ପଦୋନ୍ନତି ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କାଲ୍‌କାଟା ହାଇକୋର୍ଟର ଅନ୍ୟତମ ବିଚାରପତି ଦୀପଙ୍କର ଦତ୍ତ। ସେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାପତି ଭାବେ ଦାୟିତ୍ବ ନେବେ। ଗୋଟିଏ ଗାଡ଼ିରେ ସପରିବାର ଯାଉଥିବାରୁ ସେ ନିଜେ ଏବଂ ତାଙ୍କ ପୁଅ ପାଳି କରି ଗାଡ଼ି ଚଳାଉଛନ୍ତି। ଶନିବାର ସକାଳେ କୋଲକାତାରୁ ବାହାରି ଥିବା ବିଚାରପତି ଦତ୍ତ ରାତି ବାଟରେ ରାତ୍ରୀ ରହଣି ସହ ସୋମବାର ଅପରାହ୍ଣରେ ମୁମ୍ବାଇରେ ପହଞ୍ଚିବେ ବୋଲି ଯୋଜନା କରିଛନ୍ତି।

publive-image Image Source: Hindustan Times

ଅନ୍ୟ ଜଣେ ବିଚାରପତି ହେଉଛନ୍ତି ଆହ୍ଲାବାଦ ହାଇକୋର୍ଟର ବିଚାରପତି ବିଶ୍ବନାଥ ସୋମାଦ୍ଦେର। ପୂର୍ବରୁ ସେ କାଲ୍‌କାଟା ହାଇକୋର୍ଟରେ କାମ କରିଥିଲେ। ଏବେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ଗ୍ରହଣ କରିବାକୁ କୋଲ୍‌କାତା ବାଟ ଦେଇ ସିଲଂ ଯାତ୍ରା କରୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ପତ୍ନୀଙ୍କ ସହ ସରକାରୀ କାର୍‌ରେ ଆହ୍ଲାବାଦରୁ ଯାତ୍ରା ଆରମ୍ଭ କରିଥିବା ବିଚାରପତି ସୋମାଦ୍ଦେର ଶନିବାର ଅପରାହ୍ଣରେ କୋଲ୍‌କାତାରେ ପହଞ୍ଚି ସଲ୍‌ଟ ଲେକ୍‌ସ୍ଥିତ ଘରେ କିଛି ଘଣ୍ଟା ବିଶ୍ରାମ ନେଇ ପୁଣି ସନ୍ଧ୍ୟାରେ ସିଲଂ ଅଭିମୁଖେ ବାହାରିଛନ୍ତି। ତାଙ୍କ ଡ୍ରାଇଭର୍ ଓ ସେ ପାଳିକରି ଗାଡ଼ି ଚଳାଉଛନ୍ତି। ରବିବାର ସନ୍ଧ୍ୟାରେ ସେ ମେଘାଳୟର ରାଜଧାନୀରେ ପହଞ୍ଚିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe